Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଢୁଛି କରୋନା ଗ୍ରାଫ, ଆଜିଠାରୁ ଦୁଇଦିନିଆ ମକ୍‌ଡ୍ରିଲ୍‌

by ସଞ୍ଜୟ ସ୍ୱାଇଁ
April 10, 2023
in Health, State
ବଢୁଛି କରୋନା ଗ୍ରାଫ, ଆଜିଠାରୁ ଦୁଇଦିନିଆ ମକ୍‌ଡ୍ରିଲ୍‌
76
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରେ ସର୍ବାଧିକ ୩୨ ସଂକ୍ରମିତ ବାହାରିଥିବା ବେଳେ ନବରଙ୍ଗପୁରରେ ୩୦ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଓ ସମ୍ବଲପୁରରେ ୧୧ ଲେଖାଏଁ ରୋଗୀ ବାହାରିଛନ୍ତି । ସେହିଭଳି କଟକରେ ୮ ଓ ବରଗଡ଼ରେ ୫ ଜଣ ପଜିଟିଭି ବାହାରିଥିବା ଜଣାପଡ଼ିଛି । ଅନ୍ୟପଟେ ସୋମବାର ଠାରୁ ସାରା ଦେଶରେ ଦୁଇଦିନିଆ ମକ୍‌ଡ୍ରିଲ୍ ଆରମ୍ଭ ହେବ । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ୍ କେତେ ପ୍ରସ୍ତୁତ ଅଛନ୍ତି, ତାହା ଉପରେ ମକ୍‌ଡ୍ରିଲ୍ କରାଯିବ । ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ବ୍ୟାପକ ପ୍ରସ୍ତୁତି କରିଛି । ହସ୍ପିଟାଲ୍‌ରେ କୋଭିଡ୍ ବେଡ୍‌ଠାରୁ ଆରମ୍ଭ କରି ଅକ୍ସିଜେନ୍ ପ୍ରସ୍ତୁତି ଉପରେ ଜୋର୍ ଦିଆଯିବ । କୋଭିଡ୍ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ କେତେ ପ୍ରସ୍ତୁତ ଅଛନ୍ତି ତାହା ମଧ୍ୟ ଯାଞ୍ଚ କରାଯିବ । ଏହାବ୍ୟତୀତ ଟେଷ୍ଟିଂଠାରୁ ଔଷଧ ଷ୍ଟକ୍ ଉପରେ ନୀରିକ୍ଷଣ ହେବ । କୋଭିଡ୍ ପରିଚାଳନା ଓ ଭବିଷ୍ୟତ ଯୋଜନା ଉପରେ ବିଶେଷ ଧ୍ୟାନ ଦିଆଯିବ ନେଇ କ୍ଷେତ୍ର ପସ୍ତୁତ ହେବ । ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ୩ ରାଜ୍ୟ ସରକାର କରୋନା କଟକଣା କଡ଼ାକଡ଼ି କରିଛନ୍ତି । ହରିୟାଣା ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । କେରଳ ସରକାର ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ପୁଡୁଚେରୀ ସରକାର ସାର୍ବଜନୀନ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୬,୧୫୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୩୧,୧୯୪ରେ ପହଞ୍ଚିଛି । ବଢ଼ୁଥିବା ସଂକ୍ରମଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଚଳିତ ସପ୍ତାହରେ ସମୀକ୍ଷା ବୈଠକ କରିଥିଲେ । କୋଭିଡ୍ ମୁକାବିଲା ନେଇ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!