Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ଦେଲା ନୂଆ ଠିକଣା, ମୃତ ଏବେ ଜୀବିତ

by ସଞ୍ଜୟ ସ୍ୱାଇଁ
May 14, 2020
in Breaking, State
କରୋନା ଦେଲା ନୂଆ ଠିକଣା, ମୃତ ଏବେ ଜୀବିତ
25
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ଦେଲା ନୂଆ ଠିକଣା, ଦିନେ ଯେଉଁ ପୁଅକୁ ମୃତ ଭାବି ବାପା, ମା ଓ ପରିବାର ବର୍ଗ ଶୁଧକ୍ରିୟା କାର୍ଯ୍ୟ ସାରିଦେଇଥିଲେ ସେହି ବାପା, ମା ଓ ଗ୍ରାମବାସୀ ଙ୍କୁ କରୋନା ଦେଇଛି ନୂଆ ଠିକଣା । ରାଜ୍ୟ ସରକାର ରାଜ୍ୟ ବାହାରେ ଥିବା ଫେରନ୍ତା ମାନଙ୍କୁ ନିଜ ରାଜ୍ୟକୁ ଫେରେଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି । ଏହି ପରିପ୍ରେକ୍ଷିରେ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ଗ୍ରାମରେ ଘଟିଛି ଏକ ନୂଆ ଘଟଣା । ଅମୃତ ମାଝି ଓ ଧାନବାଲି ମାଝିଙ୍କର ପୁତ୍ର ଭୂବନ ମାଝି ଦୀର୍ଘ ୧୫ ବର୍ଷ ତଳେ କାହାକୁ କିଛି ନ ଜଣେଇ ଘରୁ ବାହାରି ଚାଲିଯାଇଥିଲେ । ବାପା, ମା ଓ ପରିବାର ବର୍ଗ ବହୁତ ଖୋଜା ଖୋଜି କରିଥିଲେ ମଂଧ୍ୟ ପାଇନଥିଲେ । କିଏ ତାଙ୍କୁ ଜୀବନରେ ମାରି ଦେଇଛି ବୋଲି ପରିବାର ବର୍ଗ ଧରିନେଇଥିଲେ । ଏପରିକି ଭୂବନର ଶୁଧକ୍ରିୟା କାର୍ଯ୍ୟ କରିସାରିଥିଲେ । ସାରା ରାଜ୍ୟରେ କରୋନାରେ ଭୟାବହତା ଲାଗି ରହିଥିବାବେଳେ ଏହି ସମୟରେ ଉକ୍ତ ପଂଚାୟତରେ ସରପଂଚ ସସ୍ମିତା ମାଝିଙ୍କ ପାଖକୁ ଗୁଜୁରାଟର ଅହମଦାବାଦ୍ ରୁ ଫୋନ୍ ଆସିଥିଲା । ମୁଁ ଭୂବନ ମାଝି ମତେ ଗ୍ରାମକୁ ଫେରାଇ ନିଅ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ମୃତ ଯୁବକ କିପରି ଜୀବିତ ହେଲେ । ସ୍ଥାନୀୟ ଅଂଚଳର ନେତା ନବରଂଗପୁର ସାଂସଦ ରମେଶ ମାଝିଙ୍କ ସହିତ ଯୋଗାଯୋଗ କରି ଭୂବନ କିପରି ଗ୍ରାମକୁ ଫେରିବେ ସେ ସମ୍ବନ୍ଧରେ ଜଣାଇଥିଲେ । ସ୍ଥାନୀୟ ସାଂସଦ ଭୂବନଙ୍କ ସହିତ ଟେଲିଫୋନରେ କଥା ହୋଇ ଫେରିବାପାଇଁ ବାଟ କରିଛନ୍ତି । ଏହି ଘଟଣାଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଯାଇଛି ।୧୫ ବର୍ଷ ତଳର ମୃତ ପୁଅକୁ ପାଇବା ପାଇଁ ବାପା, ମା ଓ ପରିବାର ବର୍ଗ ଅନାଇ ରହିଛନ୍ତି । କରୋନା କିପରି ନୂଆ ଠିକଣା ଦେଇଛି ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!