ଦିଲ୍ଲୀ, (ବାଘୁଆବାର୍ତ୍ତା): କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀର ଯୁବ ଡାକ୍ତର ଅଶ୍ୱୀନ କୁମାର ପ୍ରତାପଙ୍କର କରୋନାରେ ମୃତ୍ୟୃ ଘଟିଛି । ସେ ଦିଲ୍ଲୀରେ କାର୍ଯ୍ୟରତ ଥିଲେ । ସୂଚନାନୁସାରେ, ଅଶ୍ୱୀନ ଦିଲ୍ଲୀ ସ୍ଥିତି ଏନ୍ଏଚ୍ଏସ୍ଆର୍ସିରେ କାର୍ଯ୍ୟରତ ଥିଲେ । ତାଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ଜଣାଯାଇଥିବା ବେଳେ ତାଙ୍କ ପôତୀ ଏବଂ ଯାଂଳା ଶିଶୁଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି । ସେ ବ୍ରହ୍ମପୁର ଏମ୍କେସିଜିରେ ମେଡିକାଲରେ ଏମବିବିଏସ୍ ସହ ପିଜି କରିଥିବା ଜଣାଯାଇଛି ।





