Wednesday, July 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧନ୍ୟରେ କରୋନା, ଅନ୍ତିମ ସଂସ୍କାରର ୧୫ ଦିନ ପରେ ଫେରିଲେ ମହିଳା

by ସଞ୍ଜୟ ସ୍ୱାଇଁ
June 3, 2021
in Health, NATIONAL NEWS
ଧନ୍ୟରେ କରୋନା, ଅନ୍ତିମ ସଂସ୍କାରର ୧୫ ଦିନ ପରେ ଫେରିଲେ ମହିଳା
778
VIEWS
Share on FacebookShare on Twitter

ଅମରାବତୀ, (ବାଘୁଆବାର୍ତ୍ତା): କରୋନାର ସ୍ଥିତିକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଏହା ମଧ୍ୟରେ ଅନେକ ଖବର ଆସୁଛି ଯାହା ସୁଣିଲେ ନିଶ୍ଚିତ ଭାବରେ ଚକିତ ହେବେ । ଶୁଣିଛନ୍ତି ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର ପରେ ପୁଣି ଥରେ ସେ ଘରକୁ ଫେରିଛନ୍ତି । ଏଭଳି ଏକ ଘଟଣା କିନ୍ତୁ ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ। ଜଣେ ୭୫ ବର୍ଷୀୟ ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏହା ପରେ ମୃତକଙ୍କୁ ଏକ ଶବ ଦିଆଯାଇଥିଲା। ପରିବାର ଲୋକେ ଏହି ଶବର ଅନ୍ତିମ ସଂସ୍କାର ମଧ୍ୟ କରି ଦେଇଥିଲେ। ହେଲେ କିଛି ଦିନ ପରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ପୁଣିଥରେ ଘରକୁ ଫେରିଛି? ପରିବାର ଲୋକେ ଅନ୍ତିମ ସଂସ୍କାର କରି ଦେଇଥିଲେ ହେଲେ ୧୫ ଦିନ ପରେ ଗିରିଜାମ୍ମା ଘରକୁ ଫେରିବା ପରେ ପରିବାର ଲୋକେ ଏବଂ ପଡ଼ୋଶୀ ତାଙ୍କୁ ଦେଖି ହତବାକ ହୋଇଯାଇଛନ୍ତି। ତେବେ ଘଟଣାଟି କିନ୍ତୁ ଏମିତି ଘଟିଛି ଯାହାକି ଆନ୍ଧ୍ରପ୍ରଦେଶ ସରକାରର କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ମେ ୧୨ରେ ଗିରିଜାମ୍ମା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବିଜୟଓ୍ୱାଡ଼ାର ଏକ ସରକାରୀ ହସ୍ପିଟାଲରେ ପରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହା ପରେ ଗିରିଜାମ୍ମାଙ୍କ ସ୍ୱାମୀ ହସ୍ପିଟାଲକୁ ଯାଇ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଥିଲେ। ହେଲେ ମେ ୧୫ରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଗିରିଜାମ୍ମାଙ୍କ ପୁତୁରା ନାଗୁ କହିବା ଅନୁଯାୟୀ ହସ୍ପିଟାଲ କର୍ତ୍ତୃପକ୍ଷ ଶବ ରଖାଯାଇଥିବା ସ୍ଥାନକୁ ତାଙ୍କୁ ନେଇଥିଲେ। ସମସ୍ତ ମୃତକଙ୍କ ଶରୀରକୁ ଘୋଡ଼ାଇ ହୋଇ ରଖାଯାଇଥିଲା। ସେଠାରେ ତାଙ୍କ ଦାଦା ତାଙ୍କ ସ୍ତ୍ରୀ ଭାବି ଜଣଙ୍କ ଶବକୁ ନେଇ ଆସିଥିଲେ। ଏହାପରେ ଅନ୍ତିମ ସଂସ୍କାର ମଧ୍ୟ କରାଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ମୃତ୍ୟୁ ପ୍ରମାଣପତ୍ର ରିଲିଜ କରିଥିଲେ। ପରେ ପରେ ଗିରିଜାମ୍ମାଙ୍କ ପୁଅ ରମେଶଙ୍କର ମଧ୍ୟ ମେ ୨୩ରେ ମୃତ୍ୟୁ ଘଟିଥିଲା। ଏହାପରେ ଉଭୟଙ୍କ ପାଇଁ ଗୋଟିଏ ପ୍ରାର୍ଥନା ସଭା କରାଯାଇଥିଲା ବୋଲି ନାଗୁ କହିଛନ୍ତି। ହେଲେ ଅନ୍ତିମ ସଂସ୍କାରର ୧୫ ଦିନ ପରେ ହଠାତ୍ ଘର ଆଗରେ ଆସି ପହଞ୍ଚିଥିଲେ ଗିରିଜାମ୍ମା। ଯାହାକୁ ଦେଖି ପରିବାର ଲୋକେ ଏବଂ ପଡ଼ୋଶୀ ଲୋକେ ମଧ୍ୟ ହତବାକ୍ ହୋଇଯାଇଥିଲେ। ଏବେ ନାଗୁ କହିଛନ୍ତି ଗିରିଜାମ୍ମାଙ୍କୁ ମୃତ ଘୋଷଣା କରିବା କାହାର ଭୁଲ୍?

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!