ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସ୍କୁ ଏଡାଇବା ପାଇଁ ଆଜି ପ୍ରଚାର ଗାଡ଼ି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ମୁଖ୍ୟତଃ ସହର ମଧ୍ୟରେ ଦୁଇଦିନ ଧରି ପ୍ରଚାର ପ୍ରଚାର ଚାଲିଥିଲା । ଆଜିଠାରୁ ଗ୍ରାମାଞ୍ଚଳରେ ପ୍ରଚାର ପ୍ରସାର ଓ ସଚେତନତା ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି । ଏହି ମହାମାରୀ ପାଇଁ କୌଣସି ଟିକା ବା ଔଷଧିୟ ଚିକିତ୍ସା ନାହିଁ । ଏହି ରୋଗର ସଫଳ ଚିକିତ୍ସା ପାଇଁ ପ୍ରତ୍ୟେକ ସ୍ତରରେ ସମ୍ବଳିତ ପ୍ରଚେଷ୍ଟା ଆବଶ୍ୟକ । ସାମାଜିକ ଜନ ସମାଗମରେ ଲୋକଙ୍କ ଠାରୁ ଦୂରେଇ ରହିବା ହେଉଛି କରୋନା ଭୁତାଣୁ ସଂକ୍ରମଣର ସବୁଠାରୁ ଫଳପ୍ରଦ ଉପାୟ । ଧାର୍ମିକ ଉତ୍ସବ, ବିବାହବ୍ରତ ଓ ସାମାଜିକ ଜନ ସମାଗମ ଠାରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଉଛି । ଘରଭିତରେ ରହିବା, ଜନଗହଳିକୁ ବର୍ଜନ କରିବା, ମିଳାମିଶା ପ୍ରତ୍ୟାହାର କରିବା ଓ ବାରମ୍ବାର ହାତଧୋଇବା ଦ୍ୱାରା ଏହି ଭୁତାଣୁରୁ ମୁକ୍ତି ମିଳିପାରିବ । ପ୍ରତ୍ୟେକ ସ୍ତରରେ ଗୁଜବଠାରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଇଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଆଜି ନୟାଗଡ଼ ବ୍ଲକ୍ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଗ୍ରାମାଞ୍ଚଳ ମାନଙ୍କରେ ଏହି ପ୍ରଚାର ପ୍ରସାର ଗାଡି ଦେଖିବାକୁ ମିଳିଥିଲା ।






