ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ ଆଜି ନୂଆ ୨୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସକ୍ରିୟ ମାମଲା ୨୮୬୭ ବୋଲି ଜଣାଯାଇଛି । ଜିଲ୍ଲାରେ କରୋନା ମହାମାରୀରେ ୫୦ ଜଣଙ୍କ କରୋନା ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଦ୍ୱିତୀୟ ଲହର କରୋନା ସମୟରେ ବହୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥିବା ସୂଚନା ମିଳିଛି ।






