Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପର୍ବତ ଘେରା ଗାଁରେ ପଶିଲା କରୋନା, ଗ୍ରାମ କଣ୍ଟେନମେଣ୍ଟ ୨୪ ଜଣ ପଜେଟିଭ

by ସଞ୍ଜୟ ସ୍ୱାଇଁ
May 14, 2021
in Health, State
ପର୍ବତ ଘେରା ଗାଁରେ ପଶିଲା କରୋନା, ଗ୍ରାମ କଣ୍ଟେନମେଣ୍ଟ ୨୪ ଜଣ ପଜେଟିଭ
590
VIEWS
Share on FacebookShare on Twitter

ଗଞ୍ଜାମ (ବାଘୁଆବାର୍ତ୍ତା): ପାହାଡିଆ ଅଞ୍ଚଳରେ ପସିଲା କରୋନା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ବେଲଗଡ଼ ଗାଁରେ କରୋନା ସଂକ୍ରମଣ । ଗୋବିନ୍ଦପୁର ପଞ୍ଚାୟତର ତପ୍ତପାଣି ଉପରେ ଥିବା ପାହାଡ ନିକଟ ଆଦିବାସୀ ଗାଁ ବେଲଗଡ଼ରେ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆହୁରି ୩୦ ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ପଜିଟିଭ ଚିହ୍ନଟ ହୋଇଥିବା ନେଇ ବିଡିଓ ସୂଚନା ଦେଇଛନ୍ତି । ଏହାପରେ ଗାଁକୁ ସାନିଟାଇଜ କରାଯାଇଛି ଓ ଆଡପଡା ସିଏଚସିରୁ ଏକ ଟିମ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଛନ୍ତି । ସଂକ୍ରମିତମାନେ ହୋମ ଆଇସୋଲେସନରେ ଅଛନ୍ତି । ବେଲଗଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୋଭିଡ ପରୀକ୍ଷା ପାଇଁ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ପରେ ଏକାଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସ୍ଥାନୀୟ ପ୍ରଶାସନ ଗାଁକୁ ଉଭୟ ପାଶ୍ୱର୍ରୁ ବାରିକେଟ କରି ସିଲ କରି ଦେଇଥିଲେ । ଶୁକ୍ରବାର ସମ୍ପୂର୍ଣ୍ଣ ଗାଁ ସାନିଟାଇଜ ହେବା ସହ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!