Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୀନରେ କରୋନା ସ୍ଥିତି: ଶ୍ମଶାନରେ ଜାଗା ମିଳୁନି, ହସ୍ପିଟାଲ ଫୁଲ୍

by ସଞ୍ଜୟ ସ୍ୱାଇଁ
December 20, 2022
in Health, WORLD
ରାଜ୍ୟରେ ୧୧,୬୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ, ନୟାଗଡ଼ରୁ ୨୦୬
277
VIEWS
Share on FacebookShare on Twitter

ବେଜିଂ, (ବାଘୁଆବାର୍ତ୍ତା): ଚୀନରେ କରୋନା ସ୍ଥିତି ସାଂଘାତିକ । ଅନ୍ତୁଡିଶାଳରେ ଭୂତାଣୁର ତାଣ୍ଡବ । ହସ୍ପିଟାଲ ଫୁଲ୍, ଶ୍ମଶାନରେ ଜାଗା ମିଳୁନି । ଶବଦାହ ପାଇଁ ଶ୍ମଶାନ ବାହାରେ ପରିଜନଙ୍କ ଲମ୍ବାଧାଡ଼ି । ଚୀନରେ ମହାମାରୀ ବିସ୍ଫୋରକ ରୂପ ଧାରଣ କରିଛି । ଚୀନରେ କରୋନା କଟକଣାକୁ ନେଇ ଦେଶବ୍ୟାପୀ ବିଦ୍ରୋହ ପରେ କଟକଣା କୋହଳ କରି ଦିଆଯାଇଛି । କଟକଣା ହଟିବା ପରେ ସାରା ଦେଶରେ ମାଡୁଛି ସଂକ୍ରମଣ । ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହସ୍ପିଟାଲରେ ବି ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏବେ ଚୀନ୍ ସ୍ଥିତି ଆଉଟ ଅଫ୍ କଣ୍ଟ୍ରୋଲ ହୋଇଛି । ଚୀନର ପ୍ରାୟ ୬୦ ପ୍ରତିଶତ ନାଗରିକ କରୋନା ସଂକ୍ରମିତ ହେବେ ଓ ଲକ୍ଷାଧିକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମହାମାରୀ ବିଶେଷଜ୍ଞ ଏରିକ ଫିଗଲ ଡିଙ୍ଗ । ଆସନ୍ତା ୯୦ ଦିନ ମଧ୍ୟରେ ଚୀନର ୯୦ ପ୍ରତିଶତ ନାଗରିକ କରୋନା ପଜିଟିଭ ହେବେ ବୋଲି ଏରିକ କହିଛନ୍ତି । ରାଜଧାନୀ ବେଜିଂରେ ଥିବା ଶବାଗାରଗୁଡ଼ିକ କରୋନା ସ୍ଥିତି ବୟାନ କରୁଛି । ନୂଆ ବର୍ଷରେ ଚୀନରେ କରୋନାର ମହାବିସ୍ଫୋଟ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛି ଆମେରିକାର ଏକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ । କରୋନା ସ୍ଥିତି ବିଗୁଡୁଥିବା ବେଳେ ରାଜଧାନୀ ସମେତ ଅନ୍ୟ କିଛି ସହରରେ ଥଣ୍ଡା ଜ୍ବର ଓ ଆଣ୍ଟିବାୟୋଟିକ୍ ମେଡିସିନର ଅଭାବ ଦେଖାଦେଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!