Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଶୁମାନଙ୍କୁ କରୋନା ଠାରୁ ଦୂରେଇ ରଖନ୍ତୁ

by ସଞ୍ଜୟ ସ୍ୱାଇଁ
April 19, 2021
in Health, State
ଶିଶୁମାନଙ୍କୁ କରୋନା ଠାରୁ ଦୂରେଇ ରଖନ୍ତୁ
195
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଶ୍ୱରେ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି ଅଦୃଶ୍ୟ ଭୂତାଣୁ ମହାମାରୀ କରୋନା । ଏଥିରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୩ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ୧୬୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । କରୋନା ଦ୍ୱିତୀୟ ଲହରୀ ଜନସାଧାରଙ୍କ ପାଇଁ ଘାତକ ସାଜିଛି । ତେବେ ଶିଶୁମାନଙ୍କୁ କିଭଳି ଏହି ଅଦୃଶ୍ୟ ଭୂତାଣୁ ଠାରୁ ଦୂରରେ ରଖିବେ ସେ ନେଇ ବିଶେଷଜ୍ଞ ମାନଙ୍କ କିଛି ପରାମର୍ଶ ବିଷୟରେ ଜାଣନ୍ତୁ । ଦିଲ୍ଲୀ ଏମ୍ସ ଡକ୍ଟର ରାକେଶ ଗର୍ଗଙ୍କ କହିବା ଅନୁଯାୟୀ, ଏବେ ଶିଶୁମାନଙ୍କ ଉପରେ କରୋନାର ପ୍ରଭାବ ପଡୁଛି । ଏଥିପାଇଁ ସେମାନଙ୍କୁ ଘରୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ । ସେମାନଙ୍କୁ ସର୍ବଦା ମାସ୍କ ଲଗାଇବାକୁ ଅଭ୍ୟାସରେ ପକାନ୍ତୁ । ତେବେ ଶିଶୁମାନଙ୍କ ଠାରେ ଖୁବ୍ କମ୍ ଲକ୍ଷଣ ଦେଖାଯାଏ, ଏଥିପ୍ରତି ସାବଧାନ୍ ରୁହନ୍ତୁ । ବହୁ ଶିଶୁଙ୍କୁ ଡାଇରିଆ ସମସ୍ୟା ହୋଇପାରେ । ଶିଶୁଙ୍କୁ କରୋନା ଠାରୁ ଦୂରେଇ ରଖିବା ପାଇଁ ସର୍ବଦା ହାତ ସାନିଟାଇଜ୍ କରାନ୍ତୁ । ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହନ୍ତୁ । ବର୍ତ୍ତମାନ ସମୟରେ ଯେଭଳି ଭାବରେ କରୋନା ବ୍ୟାପୁଛି ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ୍ । ଥଣ୍ଡା, ଜ୍ୱର, କାଶ ହେଲେ ତୁରନ୍ତ କୋଭିଡ ଟେଷ୍ଟ କରିବା ଉଚିତ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜ୍ୱର ହେଉ ହେଉ ପ୍ରାଥମିକ ପର୍ଯ୍ୟାୟରେ ଟେଷ୍ଟ କଲେ ବେଳେବେଳେ ଜଣାପଡେ ନାହିଁ, ହେଲେ କିଛି ଦିନ ପରେ ଟେଷ୍ଟ କଲେ ରିପୋର୍ଟ ପଜିଟିଭ୍ ଆସିଥାଏ । ଏଥିପାଇଁ ଶିଶୁ ଦେହରେ ଦେଖାଯାଉଥିବା ସମସ୍ତ ଲକ୍ଷଣ ବିଷୟରେ ସତର୍କ ରୁହନ୍ତୁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!