Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଗକୁ ପାର୍ବଣ ରହିଛି ତେଣୁ ଆମକୁ ସତର୍କ ରହିବାକୁ ହେବ, ନଚେତ୍‌ ତୃତୀୟ ଲହର ନିଶ୍ଚିତ ଆସିବ

by ସଞ୍ଜୟ ସ୍ୱାଇଁ
September 15, 2021
in Health, State
ଆଗକୁ ପାର୍ବଣ ରହିଛି ତେଣୁ ଆମକୁ ସତର୍କ ରହିବାକୁ ହେବ, ନଚେତ୍‌ ତୃତୀୟ ଲହର ନିଶ୍ଚିତ ଆସିବ
79
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଲଗାତାର ଦ୍ୱିତୀୟ ଦିନ ମଧ୍ୟ ୫୦୦ ତଳକୁ ଆସିଛି ସଂକ୍ରମଣ। ୨୪ ଘଣ୍ଟାରେ ୪୨୮ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସୋମବାର ତୁଳନାରେ ଏହା କମ୍‌ ରହିଛି। ଟିପିଆର୍‌ ୦.୮୯% ଖସିଛି । ଗତକାଲି ଏହା ୧% ଉପରେ ଥିଲା। କରୋନା ମୃତ୍ୟୁ ୪କୁ ଆସିଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଆଗକୁ ପାର୍ବଣ ରହିଛି। ତେଣୁ ଆମକୁ ସତର୍କ ରହିବାକୁ ହେବ। ଆଗକୁ ୨/୩ ମାସ ସତର୍କ ନରହିଲେ, ତୃତୀୟ ଲହର ନିଶ୍ଚୟ ଆସିବ। ତେଣୁ କୋଭିଡ୍‌ ଗାଇଡଲାଇନ୍‌ ମାନି ଚଳିବାକୁ ହେବ। ମଙ୍ଗଳବାର ନମୁନା ପରୀକ୍ଷା ୪୮ ହଜାର ୮୬କୁ ବଢ଼ିଛି। ବାଲେଶ୍ୱରରେ ୧୮, ଭଦ୍ରକରେ ୧୦, କଟକରେ ୪୬, ଜଗତସିଂହପୁରରେ ୨୦, ଯାଜପୁରରେ ୨୧, ଖୋର୍ଦ୍ଧାରେ ୧୭୯, ମୟୂରଭଞ୍ଜରେ ୧୮ ଓ ପୁରୀରେ ୧୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧୨ ଜିଲ୍ଲାରେ ଗତକାଲି ତୁଳନାରେ ସଂକ୍ରମଣ ବଢ଼ିଛି ସତ, ହେଲେ ରାଜ୍ୟର ପଜିଟିଭ୍‌ ହାର ଖସିଛି। ସେହିପରି ଅନୁଗୁଳରୁ ୫, ବରଗଡ଼ରୁ ୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୩, ଗଜପତିରୁ ୧, ଗଞ୍ଜାମରୁ ୪, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୧, ମାଲକାନଗିରିରୁ ୧, ନୟାଗଡ଼ରୁ ୮, ନୂଆପଡ଼ାରୁ ୪, ରାୟଗଡ଼ାରୁ ୪, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ଼ରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ୍‌, ନବରଙ୍ଗପୁର ଓ ସୋନପୁର କରୋନା ଶୂନ୍ୟ ରହିଛି । ଏସବୁ ଜିଲ୍ଲାରୁ ମଙ୍ଗଳବାର ରୋଗୀ ଚିହ୍ନଟ ହୋଇନାହାନ୍ତି। ଆଜିର ମୃତକଙ୍କ ମଧ୍ୟରେ କଟକରୁ ୧, ଖୋର୍ଦ୍ଧାରୁ ୨ ଓ ପୁରୀରୁ ୧ ଜଣ ଚିହ୍ନଟ ହୋଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!