ନୟାଗଡ଼ (ବାଘୁଆବାର୍ତ୍ତା): ମହାମାରୀ କରୋନା ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ମୁଣ୍ଡ ନେଇଛି । ଉକ୍ତ ସାମ୍ବାଦିକ ଜଣଙ୍କ ହେଲେ ଟାଇମ୍ସ ଅଫ୍ ଇଣ୍ଡିଆ ଖବର କାଗଜର ବରିଷ୍ଠ ସାମ୍ବାଦିକ ପ୍ରିତୀମାନ ମହାପାତ୍ର । ଗତ କିଛିଦିନ ହେଲା ମହାମାରୀ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।






