ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କୋପା ଫାଇନାଲ୍ ମ୍ୟାଚକୁ ଗଲେ ବ୍ରାଜିଲ୍ ଓ ଆର୍ଜେଣ୍ଟିନା । ଏହି ଦୁଇ ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ । ଆସନ୍ତା ଶନିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟଆଉଟରେ କଲମ୍ବିଆକୁ ୩-୨ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ପୂର୍ବରୁ ପ୍ରଥମ ସେମିଫାଇନାଲରେ ପେରୁକୁ ହରାଇ ବ୍ରାଜିଲ୍ ଫାଇନାଲରେ ପ୍ରବେଶ କରିଥିଲା । ତେବେ ତୃତୀୟ ସ୍ଥାନ ପାଇଁ ପେରୁ ଓ କଲମ୍ବିଆ ଟିମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।






