ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ କାଳିକାପ୍ରସାଦ ଏବଂ ଚିନେରା ଗ୍ରାମରୁ ସଂଖ୍ୟାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଏହି ଦୁଇ ଗ୍ରାମକୁ ନୟାଗଡ଼ ତହସିଲଦାର୍ ଭିକାରୀ ସାହୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏଥିସହିତ ୭ ତାରିଖ ସକାଳ ୯ ଘଟିକାରୁ ୧୪ ତାରିଖ ରାତି ୯ ଘଟିକା ପର୍ଯ୍ୟନ୍ତ ଏଠାରେ ସଟ୍ଡାଉନ୍ ନିୟମ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






