Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଦଳୀବାଡି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

by ସଞ୍ଜୟ ସ୍ୱାଇଁ
June 15, 2021
in Health, State
କଦଳୀବାଡି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ
178
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): କରୋନା ମହାମାରୀର ଦ୍ୱିତୀୟ ଲହରୀ ଜାରି ରହିଛି । ଏହାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଛି ବ୍ୟାପକ ପଦକ୍ଷେପ । ସହରାଞ୍ଚଳରେ କରୋନାର ସ୍ଥିତିରେ ସୁଧାର ଆସୁଥିବା ବେଳେ ଗ୍ରାମଞ୍ଚଳରେ ଏହା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ କିଭଳି ପ୍ରତିହିତ କରାଯାଇ ପାରିବ ସେନେଇ ପ୍ରଶାସନ ସ୍ତରରୁ ଆରମ୍ଭ କରି ସରପଞ୍ଚମାନେ ଚଳାଇଛନ୍ତି ପ୍ରୟାସ । କଣ୍ଟେନମେଣ୍ଟ ଜୋନ୍ ମଧ୍ୟ ଘୋଷଣା କରୁଛନ୍ତି । ସେହିପରି ବାଙ୍କୀ ବ୍ଲକ କଦଳୀବାଡି ଗ୍ରାମ ପଂଚାୟତର ୩ ନମ୍ବର ୱାର୍ଡ ପାଟଣାସାହିରେ ଦୁଇଟି ପରିବାରରୁ ୫ରୁ ଉର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି । ପ୍ରଶାସନର ନିର୍ଦେଶରେ ସ୍ଥାନୀୟ ସରପଞ୍ଚ ୭ ଦିନ ପାଇଁ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । କିଭଳି କଦଳୀବାଡି ପଂଚାୟତ ସହିତ ଏହି ପାଟଣା ସାହି ୩ ନମ୍ବର ୱାର୍ଡ ସମ୍ପୂର୍ଣ୍ଣ କରୋନା ମୁକ୍ତ ରହିବ ସେ ନେଇ ନିଜେ ସ୍ଥାନୀୟ ସରପଞ୍ଚ ପ୍ରକାଶ କୁମାର ବେଉରା ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାଥିରେ ଧରି ବୁଲୁଛନ୍ତି । ପ୍ରତିଟି ଘର ଆଉ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହିତ କରୋନାକୁ ନେଇ ସଚେତନ କରୁଛନ୍ତି। କିଭଳି ଏହି ସଂକ୍ରମଣ ଗୋଷ୍ଠୀ ସଂକ୍ରମଣର ରୂପ ନ ନେବ ସେନେଇ ସରପଞ୍ଚ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ସରପଞ୍ଚଙ୍କ ଏହିଭଳି କାର୍ୟ୍ୟଦକ୍ଷତା ପାଇଁ ପଞ୍ଚାୟତବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!