ଓଡଗାଁ (ବାଘୁଆବାର୍ତ୍ତା): ଓଡଗାଁ ବ୍ଲକର ଗୋଟେ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଓଡଗାଁ ବ୍ଲକ ଗିରିଡିପଲ୍ଲୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଧଝୋଲା ଗ୍ରାମକୁ କଣ୍ଟେନମେଣ୍ଟ କରାଯାଇଛି । ଉକ୍ତ ଗ୍ରାମରେ ସଂକ୍ରମଣ ବଢ଼ୁଥିବାରୁ ତହସିଲଦାର ବିଜୟିତା ସାମନ୍ତସିଂହାର ଧଝୋଲା ଗ୍ରାମକୁ ଆଜି ଦିନ ୨ଟା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସେହିପରି ଭାବେ କୋମଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକରପଦା ମଶାଣି ସାହି କଣ୍ଟେନମେଣ୍ଟ ହଟାଯାଇଛି । ଉକ୍ତ ଅଞ୍ଚଳରେ ସଂକ୍ରମଣ କମିଯାଇଥିବାରୁ ଆଜି ଦିନ ୨ଘଟିକାଠାରୁ ଦୁଇ ଗ୍ରାମକୁ କଣ୍ଟେନମେଣ୍ଟ ପ୍ରତ୍ୟାହୃତ କରାଯାଇଛି । ଉକ୍ତ ଗ୍ରାମବାସୀମାନେ ସାମାଜିକ ଦୁରତା ମାନିବା ସହ ମାସ୍କ ପିନ୍ଧିବା ପାଇଁ ତହସିଲଦାର ପରାମର୍ଶ ଦେଇଛନ୍ତି ।





