ଓଡଗାଁ (ବାଘୁଆବାର୍ତ୍ତା): ଓଡଗାଁ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅନେକ ଗ୍ରାମକୁ କଣ୍ଟେନମେଣ୍ଟ କଲେଣି । କିଛି ଅମାନିଆଙ୍କ ଲାଗି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଓଡଗାଁ ତହସିଲଦାର ବିଜୟୀତା ସାମନ୍ତ ସିଂହାର ଗୋଡିପଲ୍ଲୀ ପଞ୍ଚାୟତର ଆନନ୍ଦାପଲ୍ଲୀ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଗତକାଲି ରାତି ୮ଟାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳକୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିବ । ସ୍ୱାସ୍ଥ୍ୟକର୍ମୀ ମାନେ ଯାଇ ଟେଷ୍ଟିଙ୍ଗ କରିବା ସହ ଉକ୍ତ ଗ୍ରାମକୁ ବିଶୋଦ୍ଧନ କରାଯିବ ।






