ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ସିଧାମୂଳା ଗ୍ରାମ ପଞ୍ଚାୟତ ସିଧାମୂଳା ଗ୍ରାମ ନୂଆସାହି ଏବଂ ବନମାଳିପୁର ପଞ୍ଚାୟତର ପୁରସ୍ତମ ଗ୍ରାମର ଆଂଶକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ତହସିଲଦାର ପାର୍ଥ ସାରଥି ହାସଁଦା ଆଜି ସକାଳ ୬ଟାଠାରୁ ୩୦ ତାରିଖ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଗ୍ରାମବାସୀ ବାହାରକୁ ନବାହରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।






