ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଏବେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଜି ନୟାଗଡ଼ ପୈାରାଞ୍ଚଳ ୱାର୍ଡ଼ ନଂ ୭ ଏବଂ ୮ ଅନ୍ତର୍ଗତ ପୁରୁଣାସହର କେଉଟସାହି ଏବଂ କୁଞ୍ଜବିହାରୀ ଏବଂ ଦଶପଲ୍ଲା ବିଜ୍ଞାପିତ ଅଂଚଳ ପରିଷଦର ୩ ନଂ ୱାର୍ଡ଼ ମାଳିସାହିକୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏଠାରେ ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । କଣ୍ଟେନ୍ମେଣ୍ଟ ଅଂଚଳରୁ କେହି ବାହାରକୁ ନବାହାରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିବା ବେଳେ କୋଭିଡ୍ ନିୟମକୁ କଡ଼ାକଡ଼ି ମାନିବାକୁ କହିଛନ୍ତି ।





