ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାରେ କାୟା ମେଲାଇ ଚାଲିଥିବା କରୋନା ପାଇଁ ନୟାଗଡ଼ ସହର ୩ଟି ୱାର୍ଡ଼ର କିଛି ଅଂଶକୁ ଜିଲ୍ଲାପାଳ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହି ପ୍ରରିପ୍ରେକ୍ଷିରେ କଣ୍ଟେନ୍ମେଣ୍ଟ ଜୋନ୍ ଅଂଚଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍, ଆଶା କର୍ମୀ ଓ ପୈାର ପରିଷଦ କର୍ମଚାରୀ ପହଂଚି ତନାଘନା ଚଳାଇଛନ୍ତି । ପ୍ରତି ପରିବାରକୁ ଏହି ଟିମ୍ ଭେଟିବା ସହ କାହାର ସ୍ୱାସ୍ଥ୍ୟ କିଭଲି ରହିଛି ତାହାର ଯାଂଚ କରିବା ସହ ରିର୍ପୋଟ ପ୍ରସ୍ତୁତ କରୁଛନ୍ତି । ଅନ୍ୟପକ୍ଷେ, ଅହି ଅଂଚଳ ପାଇଁ ଆବଶ୍ୟକ ଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ପୈାର ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଦ୍ୱାରା ସାମଗ୍ରୀ ଯୋଗାଣ କରାଯାଉଛି । କିଛି ସ୍ୱେଚ୍ଛାସେବୀ ଏବଂ ୱାର୍ଡ଼ ସାଥୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି ।






