ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରୁ ଗତକାଲି ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦରୁ ମଧ୍ୟ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁ ଓଡ଼ଗାଁ ବିଜ୍ଞାପିତ ଅଂଚଳ ପରିଷଦର ୱାର୍ଡ଼ ନଂ ୪, ୱାର୍ଡ଼ ନଂ ୬, ୱାର୍ଡ଼ ନଂ ୭ର କିଛି ସାହିକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହା ମଧ୍ୟରେ ଖଡ଼ିତେଲିସାହି, ବଜାର ସାହି, ଶ୍ରୀରାମ ନଗର, ଲଜ୍ସାହି ଏବଂ ୭ ନଂ ୱାର୍ଡ଼ ବଜାର ସାହି ରହିଥିବା ଜଣାଯାଇଛି । ଏହି ଅଂଚଳ ବାସୀଙ୍କୁ ବାହାରକୁ ବାହାରିବା ପାଇଁ ଜିଲ୍ଲାପାଳ ବାରଣ କରିଥିବା ବେଳେ ବାହାର ଲୋକ ଏହି ନିଷେଦ୍ଧାଞ୍ଚଳକୁ ପ୍ରବେଶ ନିଷେଧ କରାଯାଇଛି ।






