ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ଗ୍ରାମ ପଞ୍ଚାୟତର ଭଗବତୀସାହିକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତ ସିଂହାର ଏହି ଗାଁକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ସେହିଭଳି ଭାବେ ପଞ୍ଚୁମୁ ପଞ୍ଚାୟତର କେଶପାନିଆ ମୁନିସାହି ଓ ସ୍କୁଲସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଗୈାଡ଼ପୁଟ ପଞ୍ଚାୟତ ଗଉଣ୍ଡା ଗ୍ରାମର ହରିଜନସାହି ଓ ଗୋପାଳସାହିକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଜି ଆଜି ଦିନ ୨ ଘଟିକାରୁ ଘଟିକାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଗ୍ରାମବାସୀ ବାହାରକୁ ନବାହରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।






