ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ରଣପୁର ବ୍ଲକ ମୟୁରଝାଲିଆକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳରୁ ମାତ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ ଆଜି ଦିନ ୧୦ ଘଟିକାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ବାହାର ଲୋକଙ୍କୁ ଗାଁକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଗାଁକୁ ଲୋକ ବାହାରକୁ ଆସିବାକୁ ବାରଣ କରାଯାଇଛି । ଗାଁକୁ କୋଭିଡ୍ ନିୟମନୁସାରେ ବିଶୋଧନ କରାଯିବ ବୋଲି ଜଣାଯାଇଛି ।






