ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାରି ଚାଲିଥିବା ବେଳେ ନୟାଗଡ଼ ବ୍ଲକ ନାଟୁଗାଁ ପଂଚାୟତରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପଂଚାୟତ ଅନ୍ତର୍ଗତ ନାଟୁଗାଁରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏବଂ ଗୋଷ୍ଠୀ ସଂକ୍ରମଣର ଭୟ ଥିବାରୁ ନାଟୁଗାଁ ଗ୍ରାମକୁ ନୟାଗଡ଼ ତହସିଲଦାର୍ ଭିକାରୀ ସାହୁ କଣ୍ଟେନ୍ମେଣ୍ଟ ଘୋଷଣା କରିବା ସହ ୨୯ ତାରିଖ ରାତି ୧୦ ଘଟିକାରୁ ୪ ତାରିଖ ରାତି ୧୦ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ କାର୍ଯ୍ୟକାରୀ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।






