ଓଡ଼ଗାଁ, (ବାଘୁଆବାର୍ତ୍ତା): ଓଡ଼ଗାଁ ଏନ୍ଏସି ସମେତ କୁରାଳ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରୀପଡା ଏବଂ କୋମଣ୍ଡ ପଂଚାୟତର ୨୦ଟି ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କରିବା ସହିତ ରଙ୍ଗଣୀପାଟଣା, ରବିଗାଡିଆ ସହିତ ଉପରୋକ୍ତ ପଂଚୟତ ଗୁଡିକର ଅନ୍ୟ ୧୫ଖଣ୍ଡ ଗାଁକୁ ଗତ ୧ ତାରିଖରୁ ବଫର ଜୋନ ଅଂଚଳ ଭାବେ ଘୋଷଣା କରାଯାଇଥିଲା । ଏହି ସମୟ ମଧ୍ୟରେ ଓଡ଼ଗାଁ ଏନଏସିର ପ୍ରଥମ କରୋନା ସଂକ୍ରମିତ ଗଞ୍ଜାମ ଫେରନ୍ତା ଯୁବକଙ୍କ ଠାରେ ଚିହ୍ନଟ ହୋଇଥିବା ବେଳେ ଜଣେ ପୋଲିସ ଫୋର୍ସଙ୍କ ଠାରେ ୨ୟ କରୋନା ପଜେଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ୧୩ ଦିନ ପରେ ଜିଲ୍ଲା ପ୍ରଶାସନ ତରଫରୁ ଓଡ଼ଗାଁ ଏନ୍ଏସିର ୧୫ଟି ୱାର୍ଡ଼ରୁ ଜିଲ୍ଲାପାଳ ଡ. ପୋମା ଟୁଡୁ କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିଛନ୍ତି । ପୂର୍ବପରି େଓ÷ାଷଧ ଦୋକାନ ବ୍ୟତିତ ଅନ୍ୟ ଦୋକାନ ଗୁଡିକ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବା ସହିତ ଶନିବାର ଓ ରବିବାର ସଟଡାଉନ ପୂର୍ବପରି ବଲବତ୍ତର ରହିବାକୁ ସୁଚନା ମିଳିଛି ।





