ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଅନେକ କଣ୍ଟେନ୍ମଣ୍ଟେ ଜୋନ୍ ଗୁଡ଼ିକରେ ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାଯାଇଛି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଗତକାଲି ଓଡ଼ଗାଁ ଓ ଖଣ୍ଡପଡ଼ା ବ୍ଲକର ବିଭିନ୍ନ ସ୍ଥାନରୁ କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିଛନ୍ତି । ଏହା ମଧ୍ୟରେ ଓଡ଼ଗାଁ ବ୍ଲକର ଭଗବତୀପ୍ରସାଦ, ମହେଶ୍ୱରପୁର, ନରସିଂହପ୍ରସାଦ, ରୋହିବାଙ୍କ ଗ୍ରାମ ରହିଥିବା ବେଳେ ଖଣ୍ଡପଡ଼ା ବ୍ଲକର ଜଗନ୍ନାଥପ୍ରସାଦ, କାଦୁଆପଡ଼ା, କାଦୁଆପାଟଣା ଗ୍ରାମ ରହିଥିବା ଜଣାଯାଇଛି । ଏହି ଗ୍ରାମ ଗୁଡ଼ିକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହାକୁ କଣ୍ଟେନ୍ମେଣ୍ଟ ମୁକ୍ତ କରାଯାଇଥିବା ଜଣାଯାଇଛି ।






