ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ଆଜି ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉନଥିବା ଅନେକ ସ୍ଥାନରୁ କଣ୍ଟେନ୍ମେଣ୍ଟ ପ୍ରତ୍ୟାହାର କରିଛନ୍ତି । ଏହି ସ୍ଥାନ ଗୁଡ଼ିକ ମଧ୍ୟରେ ଓଡ଼ଗାଁ ବ୍ଲକର ଶରଧାପୁର, ଗଜେନ୍ଦ୍ରପଲ୍ଲୀ, ମଦନଗାଡ଼ିଆ, ବ୍ରାହ୍ମଣଡିହ, ବାଉଁଶଗାଡ଼ିଆ, ଭାଡ଼ିକିଳା, ଏବଂ ମଗରବନ୍ଧ ଗ୍ରାମ ରହିଥିବା ଜଣାଯାଇଛି ।






