Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ପଞ୍ଚାୟତର ୨୦ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ ମୁକ୍ତ

by Anil Panda
August 18, 2020
in Feature News, Nayagarh
ଓଡ଼ଗାଁର ଏକାଧିକ ଗ୍ରାମ କଣ୍ଟେନ୍‌ମେଣ୍ଟ
2.4k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା) : ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ବ୍ୟାପକ ଭାବେ ଆକ୍ରାନ୍ତ ବାହାରୁଥିବା ଓଡ଼ଗାଁ ବ୍ଲକର ୫ ପଂଚାୟତରୁ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି । ଯାହାକୁ ନେଇ ଆଜି ଜିଲ୍ଲାପାଳ ଡ. ପୋମା ୫ଟି ପଂଚାୟତର ୨୦ ଗାଁକୁ କଣ୍ଟେନ୍‌ମେଣ୍ଟ ମୁକ୍ତ କରିଛନ୍ତି । ଓଡ଼ଗାଁ ବ୍ଲକର କୁରାଳ, କୋମଣ୍ଡ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରିପଡ଼ା ପଂଚାୟତର ୨୦ ଖଣ୍ଡ ଗ୍ରାମ କଣ୍ଟେନ୍‌ମେଣ୍ଟ ମୁକ୍ତ କରାଯାଇଛି । କଣ୍ଟେନମେଣ୍ଟ ମୁକ୍ତ ହୋଇଥିବା ଗାଁ ଗୁଡ଼ିକ ହେଲା, ମାଳିସାହି, ବାଲିସିଂଶା, ଖଙ୍ଗାରପଲ୍ଲୀ, ସୁନାମୁହିଁ, ଲଣ୍ଡାବାଦୁ, ପଞ୍ଚୁପାଣ୍ଡବ, ଧଜୋଲା, ଗିରିଡ଼ିପଲ୍ଲୀ, ପଥରାପଲ୍ଲୀ, ଝାଡ଼ସାହି, ତୋଟାସାହି, ତଣ୍ଟିଭୁଷାପଲ୍ଳି, କୁରାଳ, ନାଥିଆପଲ୍ଲୀ, ହନୁମନ୍ତିଆ, ଦୋଣ୍ଡର, ପାଣ୍ଡେରିପଡ଼ା, ଭାଲିଆଡିହି, ଦେଓଗାଁ, କୋମଣ୍ଡ । ସୂଚନାନୁସାରେ, ଓଡ଼ଗାଁ ବ୍ଲକ କୁରାଳ ପଂଚାୟତକୁ ଜିଲ୍ଲାପାଳ ଜୁଲାଇ ୧ ତାରିଖରୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିଲା । ଦୀର୍ଘଦିନ ହେବ ଏଠାରେ କଣ୍ଟେନ୍‌ମେଣ୍ଟ ଲାଗୁ କରାଯାଇଥିବା ବେଳେ ବ୍ୟବସାୟୀମାନେ ଏହାକୁ ନେଇ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ । ଗତ ୮ ତାରିଖରେ ଏନେଇ ବ୍ୟବସାୟୀମାନଙ୍କ ତରଫରୁ ମେଲ ଯୋଗେ ଜିଲ୍ଲାପାଳଙ୍କ ଅବଗତ କରିଥିବା ବେଳେ ଏହି ଅସନ୍ତୋଷ ଗତକାଲି ଉଗ୍ରଋପ ଧାରଣ କରିଥିଲା । ବ୍ୟବସାୟୀମାନେ ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ବେଳେ ଆଜି ଏହି ଅଂଚଳକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ମୁକ୍ତ କରିବା ପରେ ବ୍ୟବସାୟୀ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।
(ରିର୍ପୋଟ ଅର୍ଜ୍ଜୁନ ସାହୁ)

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!