ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରୀ ଚାଲିଥିବା ବେଳେ ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତ ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ା ପଂଚାୟତ ବାଘେରା ଗ୍ରାମରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ନୟାଗଡ଼ ତହସିଲଦାର୍ ଭିକାରୀ ସାହୁ ବାଘେରା ଗ୍ରାମକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଥିବା ବେଳେ ନିକଟସ୍ଥ ପାଣ୍ଡେରିପାଟଣା ଗ୍ରାମକୁ ବଫର ଜୋନ୍ ଘୋଷଣା କରିଛନ୍ତି । ଆଜି ସକାଳ ୭ ଘଟିକାଠାରୁ ୩୧ ତାରିଖ ରାତି ୧୦ ଘଟିକା ପର୍ଯ୍ୟନ୍ତ ଏହି ଗ୍ରାମରେ ସଟ୍ଡାଉନ୍ କାର୍ଯ୍ୟକାରୀ କରିବାକୁ ତହସିଲ୍ଦାର ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ଗ୍ରାମର କୈାଣସି ଲୋକ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ସହିତ କୋଭିଡ୍ ନିୟମ ଅନୁସାରେ, ଗ୍ରାମକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।






