ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ନୂଆଗାଁ ବ୍ଲକ ଅଧିନସ୍ଥ ନୂଆଗାଁ ପଂଚାୟତର ବଜାର ସମେତ ଆଖପାଖ ଅଂଚଳରୁ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ସରପଂଚ ନୂଆଗାଁ ବଜାର ସମେତ ମୁଦୁରାଙ୍ଗ, ଖାଲମଡ଼ା ଏବଂ ନୂଆଗାଁ ଗ୍ରାମକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଆଜି ଦିନ ୧୧ ଘଣ୍ଟା ୩୦ ମିନିଟରୁ ଏହି କଣ୍ଟେନ୍ମେଣ୍ଟ ନିୟମ କାର୍ଯ୍ୟକାରୀ ହୋଇ ୧୪ ତାରିଖ ମଧ୍ୟାହ୍ନରେ ଶେଷ ହେବ ବୋଲି ଜଣାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ସରପଂଚ ନିର୍ଦ୍ଦେଶ ଦେଇଛନ୍ତି ।






