ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ସଂକ୍ରମଣ ହ୍ରାସ ଘଟୁଥିବା ବେଳେ ଗତକାଲି ପୁଣି ଏକ ସ୍ଥାନକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଦଶପଲ୍ଲା ବ୍ଲକ ଖମାରିସାହି ପଞ୍ଚାୟତର ଖମାରିସାହି ରାସ୍ତାକୁ ୧୪ ତାରିଖ ଅପରାହ୍ନ ୪ଟାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।





