ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଗଣିଆ ଗ୍ରାମର ବ୍ରାହ୍ନଣସାହିକୁ ଆଜି ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । କିଛି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତହସିଲଦାର କିଶୋର କୁମାର ପଣ୍ଡା ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଦେଇଛନ୍ତି ।






