ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ସ୍ଥିତିର ମୁକାବିଲା ନେଇ ପ୍ରଶାସନ ଏବେ ନିଷିଦ୍ଧାଞ୍ଚଳ ଏବଂ କ୍ଷୁଦ୍ର ଆବଦ୍ଧାଞ୍ଚଳର ସାହାର ନେଇଛି । ଆଜି ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଡଙ୍କାରିସାହି ଗ୍ରାମର ଉପରସାହିକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ଦିଆଯାଇଛି ।






