ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ସ୍ଥିତିର ମୁକାବିଲା ନେଇ ପ୍ରଶାସନ ଏବେ ନିଷିଦ୍ଧାଞ୍ଚଳ ଏବଂ କ୍ଷୁଦ୍ର ଆବଦ୍ଧାଞ୍ଚଳର ସାହାର ନେଇଛି । ଆଜି ଖଣ୍ଡପଡ଼ା ତହସିଲଦାର ପାର୍ଥ ସାରଥି ହାସଁଦା ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ମହଲିକସାହିକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି । ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ଦିଆଯାଇଛି ।






