ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ଥିତି ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ଗ୍ରାମକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉଛି । ଭାପୁର ବ୍ଲକ ବଦିଲୋ ଗ୍ରାମରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏହାକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି । ତହସିଲଦାର ତୃପ୍ତି ମହାନ୍ତି ଆଜି ୧୦ ଘଟିକାଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିଛନ୍ତି ।






