ନୟାଗଡ଼, (ବାଘୁଆବାର୍ତ୍ତା); ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ବରିଷ୍ଠ ଠିକାଦାର ପୁରୁଷତ୍ତୋମ ପାତ୍ର (ଟୁଟୁ)ଙ୍କ ବିଳମ୍ବିତ ରାତିରେ ପରଲୋକ ଘଙ୍କିଛି । ସୂଚନାନୁସାରେ, ଓଡ଼ଗାଁ ଅଞ୍ଚଳର ପୁରୁଷତ୍ତୋମ ପାତ୍ର ଓରଫ ଟୁଟୁ ପାତ୍ର ବରିଷ୍ଠ ଠିକାଦାର ନୟାଗଡ଼ ଜିଲ୍ଲାରେ ନାମ ରହିଛି । ତେବେ ବିଳମ୍ବିତ ରାତ୍ରରେ ତାଙ୍କର ହାଟଆଟାକ୍ ହେବାରୁ ପ୍ରଥମେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ନୟାଗଡ଼ରେ ଡାକ୍ତର ପୁରୁଷତ୍ତୋମ ପାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଖବର ପାଇ ପରିବାର ଲୋକ କାନ୍ଦ ବୋବାଳିରେ ଭାଙ୍ଗି ପଡିଥିଲେ । ଟୁଟୁ ପାତ୍ରଙ୍କ ପରଲୋକ ଖବର ପାଇ ନୟାଗଡ଼ ଜଚ୍ଚାଶୁଣା ଠିକାଦାର ରାଜେଶ ମିଶ୍ରଙ୍କ ସହ ବହୁ ଠିକାଦାର ଜିଲ୍ଲା ପହଞ୍ଚି ସ୍ୱର୍ଗତ ପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।






