Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ

by ସଞ୍ଜୟ ସ୍ୱାଇଁ
June 2, 2025
in State
ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ
103
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟରେ ନାବାଳିକା ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ରାଜ୍ୟରେ ବିଜେପି ସରକାର ଆସିଲା ପରେ ବହୁ ଅନୁଷ୍ଠାନ ପଙ୍ଗୁ ହୋଇଯାଇଛି । ଓଡ଼ିଶା ଲୋକାୟୁକ୍ତ ପଦବୀ ବର୍ଷେ ହେବ ଖାଲି ପଡିଛି । ଶିଶୁ ସୁରକ୍ଷା କମିଶନ, ମହିଳା କମିଶନ ପଦବୀ ମଧ୍ୟ ଖାଲି ପଡ଼ିଛି l ବିଜେପି ରାଜ୍ୟରେ ଏକଛତ୍ରବାଦ ଶାସନ କରିବା ପାଇଁ ଏହି ପଦବୀକୁ ଖାଲି ରଖିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରଶ୍ନ କରିଛନ୍ତି, କେଉଁ ଆଧାରରେ ରାଜ୍ୟ ସରକାର ମହିଳା କମିଶନ ଓ ଏହାର ସମସ୍ତ ସଦସ୍ୟଙ୍କୁ କଢାଗଲା ? ରାଜ୍ୟ ସରକାର ଆଇନକୁ ସମ୍ମାନ ଦେଉଥିଲେ ତୁରନ୍ତ ଏହି ପଦବୀ ପୂରଣ କରନ୍ତୁ l ୪ ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ପଦବୀ ପୂରଣ ନକଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l ସେହିପରି ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି, ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଥିଲା l ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ବର୍ଷକୁ ୭୦ ହଜାର ନିଯୁକ୍ତି ଦିଆଯିବ । ହେଲେ ମାତ୍ର ୭ ହଜାର ନିଯୁକ୍ତି ଦେଇଛନ୍ତି l ଓଡିଆ ଯୁବକ ଓ ଯୁବତୀମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି l ବର୍ଷ ପୂର୍ତ୍ତି ରେ ଆମେ ଜବାବ ମାଗୁଛୁ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ l ନହେଲେ ଯୁବ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ l ବାହାର ରାଜ୍ୟର କମ୍ପାନୀମାନେ ଏଠାରେ କାମ କରୁଛନ୍ତି l ହେଲେ ଓଡ଼ିଶାକୁ ନିଯୁକ୍ତି ନାହିଁ l ଏହା ଚଳିବନି ବୋଲି କହିଛନ୍ତି ରଞ୍ଜିତ । ବିଜେପି ସରକାରରେ ଅଣ ଓଡ଼ିଆ ନିଯୁକ୍ତି ବଢ଼ିଛି l ଏହା କଣ ବିଜେପି ସରକାରର ଓଡ଼ିଆ ଅସ୍ମିତା l ଓଡ଼ିଶାରେ ଓଡ଼ିଆ ମାନେ ଆଜି କାନ୍ଦୁଛନ୍ତି l ଅଣ ଓଡ଼ିଆ ଠିକାସଂସ୍ଥା ଆଜି ଓଡ଼ିଶାରେ କାମ କରୁଛନ୍ତି l ଓଡ଼ିଆ ଠିକାଦାର ମାନେ କାମ ପାଉନାହାଁନ୍ତି l ଏହା କଣ ଓଡିଆମାନଙ୍କ ପ୍ରତି ସ୍ୱାଭିମାନ l ୯୦ ପ୍ରତିଶତ କାମ ଏବେ ଅଣ ଓଡିଆ ଠିକାଦାର କାମ କରୁଛନ୍ତି l ରାଜ୍ୟରେ କଣ ଓଡିଆ ଠିକାଦାର ନାହାନ୍ତି କି ? ଓଡ଼ିଶାକୁ ବିକ୍ରି କରିଦେବାକୁ ସରକାର ଯୋଜନା କରିଛନ୍ତି l ଖଣିଖାଦାନକୁ ଅଣ ଓଡ଼ିଆ କମ୍ପାନୀ ମାନେ ଉତ୍ତୋଳନ କରୁଛନ୍ତି l ହେଲେ ଓଡିଆ ଠିକାଦାର ମାନେ କାମ ପାଉନାହାଁନ୍ତି l ଓଡ଼ିଆ ଲୋକଙ୍କୁ ସରକାର କାମ ଦିଅନ୍ତୁ ବୋଲି ଦାବି କରିଛନ୍ତି ଯୁବ କଂଗ୍ରେସ ନେତା ୟାସିର ନୱାଜ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!