Saturday, October 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ୟାଞ୍ଚଳ ଗସ୍ତରେ କଂଗ୍ରେସ, ସରକାରଙ୍କୁ ଟାର୍ଗେଟ

by Anil Panda
September 5, 2020
in Nayagarh, Politics
ବନ୍ୟାଞ୍ଚଳ ଗସ୍ତରେ କଂଗ୍ରେସ, ସରକାରଙ୍କୁ ଟାର୍ଗେଟ
265
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ଆଜି ନୟାଗଡ଼ ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ମଣିପୁର, ମାଣିତ୍ରୀ ଏବଂ କରବର ଗ୍ରାମରେ ବନ୍ୟାର ଭୟାବହତାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଅନୁଧ୍ୟାନ କରିବା ସହ ଖଣ୍ଡପଡ଼ା ବ୍ଲକର ବୋଦସା ଏବଂ ବେଣାଗାଡ଼ିଆ, ଗଣିଆ ବ୍ଲକ ରାସଙ୍ଗ ପଂଚାୟତ ସମେତ ୪ଟି ପଂଚାୟତର ଅଂଚଳରେ ବ୍ୟାପକ ଫସଲ ହାନୀ ହୋଇଥିବା ଦେଖିଛନ୍ତି । ଏଥିସହିତ ବନ୍ୟାଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ କଂଗ୍ରେସ ଆଜି ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜିଲ୍ଲାରେ ୩ ହଜାର ହେକ୍ଟର ଚାଷ ଜମିର ଫସଲ ନଷ୍ଟ ହୋଇଥିବା କୁହାଯାଇଥିବା ବେଳେ ସରକାର ୭ ଦିନ ଭିତରେ ଆର୍ଥୀକ ସହାୟତା ଯୋଗାଇବା ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରିଥିବା ବେଳେ ବନ୍ୟାଞ୍ଚଳରେ ବିଦ୍ୟୁତ୍ ସେବାକୁ, ପାନୀୟ ଜଳ ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରିଛନ୍ତି । ସରକାର ୨୫ ବର୍ଷ ମଧ୍ୟରେ ଲୋକଙ୍କ ମୁଳ ସମସ୍ୟାକୁ ଦୃଷ୍ଟି ଦେଉନଥିବାରୁ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି । ବନ୍ୟାଞ୍ଚଳରେ ମାଳବନ୍ଧ ନିର୍ମାଣ କରାନଯିବାରୁ ପ୍ରତ୍ୟେକ ବର୍ଷ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ବିଧାୟକ ପାର୍ଥୀ ମନୋଜ ସାହୁ, କଂଗ୍ରେସ ନେତା ହୁସେନ ଖାଁଙ୍କ ସମେତ ଜିଲ୍ଲା କଂଗ୍ରେସ ଏବଂ ଯୁବ କଂଗ୍ରେସ ନେତାମାନେ ବନ୍ୟାଞ୍ଚଳ ଗସ୍ତ କରିଥିବା ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!