ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆଜି ଘର ଘର କଂଗ୍ରେସ, ଘର ଘର ହାତ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ୍ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସେପ୍ଟେମ୍ବର ୨୫ ତାରିଖରୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କଂଗ୍ରେସ କର୍ମୀମାନେ ଲୋକଙ୍କ ଦୁଆର ଦୁଆର ବୁଲି ପ୍ରଦେଶ କଂଗ୍ରେସ ଦ୍ୱାରା ଜାରି ହୋଇଥିବା ପ୍ରଚାର ପତ୍ର ବାଣ୍ଟିବେ ବୋଲି ସୂଚନା ମିଳିଛି । ଘର ଘର ହାତ ଏବଂ ଘର ଘର କଂଗ୍ରେସ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ନେଇ ଜିଲ୍ଲା ସଭାପତି ରଣଜିତ୍ ଦାଶ ସୂଚନା ଦେଇଛନ୍ତି। ଏହି ପ୍ରସ୍ତୁତି ବୈଠକ କାର୍ୟ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ପିସିସି ଉପସଭାପତି ବିଭୂତି ଭୂଷଣ ମିଶ୍ର, ଦଳର ବରିଷ୍ଠ ନେତା ଅମିରଚାନ୍ଦ ନାୟକ, ହୁସେନ୍ ଖାଁ, କମଳ ଚନ୍ଦ୍ର ସାହୁ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଯଶୋଦା କାଣ୍ଡି, ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶଙ୍କ ସମେତ ସମସ୍ତ ବ୍ଳକ ସଭାପତି, ଏବଂ ବିଭିନ୍ନ ଦଳୀୟ ଛାମୁଆ ସଂଗଠନର ଜିଲ୍ଲା ମୁଖ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଘର ଘର କଂଗ୍ରେସ ଘର ଘର ହାତ କାର୍ୟ୍ୟକ୍ରମ ପ୍ରତ୍ୟେକ ବ୍ଳକ କଂଗ୍ରେସ ସଭାପତିଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ଦଶପଲ୍ଲା ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ କମିଟି ଜିଲ୍ଲା କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି । ଜିଲ୍ଲାର ସମସ୍ତ ଛାମୁଆ ସଂଗଠନର ମୁଖ୍ୟମାନେ ଏହି କମିଟିରେ ସଦସ୍ୟ ରହିଛନ୍ତି ଏବଂ ଦଶପଲ୍ଲା ବ୍ଲକ ସଭାପତି କମିଟିର ସଂଯୋଜକ ରହିଛନ୍ତି ।





