ରଣପୁର, (ବାଘୁଆବାର୍ତ୍ତା): ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ରଣପୁର ସହର ଏନଏସି କଂଗ୍ରେସ ସଭାପତି ଭାବେ ଆଇନଜୀବୀ ସତ୍ୟରଞ୍ଜନ ମତ୍ତା ଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି l ଜିଲ୍ଲା କଂଗ୍ରେସ କମିଟି ସୁପାରିଶ କ୍ରମେ ଶ୍ରୀ ମତ୍ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିଛି l ଶ୍ରୀ ମତ୍ତା ଦୀର୍ଘ ବର୍ଷ କଂଗ୍ରେସ ଦଳରେ ସକ୍ରିୟ ରହି ଦଳର ସାଙ୍ଗଠନିକ କାର୍ଯ୍ୟରେ ସହଯୋଗ କରି ଆସୁଛନ୍ତି l ରଣପୁର ସହର କଂଗ୍ରେସ ସଭାପତି ଭାବେ ନୂତନ ନିଯୁକ୍ତି ମିଳିବା ପରେ ଶ୍ରୀ ମତ୍ତା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ,ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ ଏବଂ ଯୁବ ଆଈଏନଟିୟୁସି ରାଜ୍ୟ ସଭାପତି ଶ୍ରୀ ସତ୍ୟବ୍ରତ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି l ରଣପୁର ଏନଏସିରେ କଂଗ୍ରେସ ଦଳର ସାଙ୍ଗଠନିକ ଶକ୍ତି ବୃଦ୍ଧି କରାଯାଇ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସଶକ୍ତ ବିରୋଧୀ ଦଳ ଭାବେ ବୁଥ ସ୍ତରରୁ ଦଳକୁ ମଝବୁତ କରାଯାଇ ବିଜେଡି ବିଜେପି କୁ କଡା ଟକ୍କର ଦିଆଯିବ ବୋଲି ଶ୍ରୀମତ୍ତା ଗଣମାଧ୍ୟମ କୁ କହିଛନ୍ତି l





