ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ଶରତ କୁମାର ନାୟକ ବିଜେଡିରେ ଯୋଗ ଦେଇଛନ୍ତି । ଲକ୍ଷ୍ମୀପ୍ରସାଦ ଗ୍ରାମରେ ଅନୁଷ୍ଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମିଶ୍ରଣ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ଶ୍ରୀ ନାୟକ ବିଜେଡିରେ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାରେ କଂଗ୍ରେସ ନେତୃତ୍ୱର ଅଭାବକୁ ଦାୟି କରି ଦଳ ଛାଡିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି । କଂଗ୍ରେସର ସାଂଗଠନିକ ସ୍ଥିତିକୁ ମଜବୁତ୍ କରିବା ଲାଗି ରାଜ୍ୟସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ନେତା ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏହା ଅନେକ ଜାଗାରେ ବିଫଳ ହେଉଥିବା ଦେଖାଯାଇଛି ।
ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହେଉଥିବା ବିକାଶମୂଳକ କାର୍ଯ୍ୟ ଓ ନବୀନ ପଟ୍ଟନାୟକ ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟରେ ସ ନ୍ତୁଷ୍ଟ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଶରତ ମନ୍ତବ୍ୟ ରଖିଛନ୍ତି ।