Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ

by ସଞ୍ଜୟ ସ୍ୱାଇଁ
January 12, 2024
in Politics, State
ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ
107
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ଘୋଷଣା ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାମାନଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ ମିଳିଛି । ନିର୍ବାଚନ କମିଟିରେ ୪ଜଣ ଦଳୀୟ ନେତ୍ରୀଙ୍କୁ କଂଗ୍ରେସ ସାମିଲ କରିଛି । ପିସିସି ନିର୍ବାଚନ କମିଟିରେ ରାଜ୍ୟରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ ପିସିସି ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସାଂସଦ ସପ୍ତଗିରି ଶଙ୍କର ଉଲାକା, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ବିଶ୍ୱରଞ୍ଜନ ମହାନ୍ତି, ମାନସ ରଞ୍ଜନ ଚୌଧୁରୀ,ଶୁଭେନ୍ଦୁ ମହାନ୍ତି ଏବଂ ସୁଶୀଳା ତିରିଆ, ଅଜୟନ୍ତୀ ପ୍ରଧାନ, ସସ୍ମିତା ବେହେରା, ଅନୀତା ବିଶ୍ୱାଳ ରହିଛନ୍ତି । ଏହି ୧୯ଜଣଙ୍କ ବ୍ୟତୀତ ଦଳର ସମସ୍ତ ଛାମୁଆ ସଂଗଠନର ସଭାପତିମାନେ ମଧ୍ୟ ଏକ୍ସଅଫିସୋ ମେମ୍ବର ରହିବେ । ଏଆଇସିସି ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ ଭେନୁଗୋପାଳଙ୍କ ପକ୍ଷରୁ ଏହି ତାଲିକା ଜାରି ହୋଇଛି । ରାଜ୍ୟରେ କଂଗ୍ରେସ ନିଜର ସହଯୋଗୀ ଦଳ ମିଶି ଲଢ଼ିବ ବୋଲି ପୂର୍ବରୁ ସଙ୍କେତ ଦେଇସାରିଛି । ଏବେ ଏହି କମିଟି ବିଭିନ୍ନ ନିର୍ବାଚନମଣ୍ଡଳୀର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ସୁପାରିଶ କରିବ ବୋଲି ଜଣାପଡ଼ିଛି । କଂଗ୍ରେସ ଇତିମଧ୍ୟରେ ୭୦ଜଣ ନେତାଙ୍କୁ ଟିକେଟ୍ ଦେବ ବୋଲି ଚୂଡ଼ାନ୍ତ କରିଥିବା ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଗତ ୩ଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ତାରାଙ୍କୁ ଏହି ନିର୍ବାଚନ କମିଟିରେ ସ୍ଥାନ ମିଳିନି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!