ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟରେ ପିପିଲି ଉପ ନିର୍ବାଚନକୁ ନେଇ ରାଜନୀତି ସରଗରମ୍ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ଝଟକା ଲାଗିଛି । ଆସନ୍ତା ୧୭ତାରିଖରେ ପିପିଲି ଉପ ନିର୍ବାଚନକୁ ନେଇ ରାଜନୈତିକ ଦଳ ଗୁଡିକ ପ୍ରଚାର ପ୍ରସାର କରିଚାଲିଥିବା ବେଳେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ କରୋନା ହୋଇଥିବା ଜଣାପଡିଛି । ଯାହାଫଳରେ ଅଜିତ୍ ନିଜେ ତାଙ୍କ ଫେସବୁକ୍ ପେଜରେ ଏନେଇ ସୂଚନା ଦେଇଛନ୍ତି । କରୋନାକୁ ନେଇ ଗୁଜବ ସୃଷ୍ଟି ନକରିବା ପାଇଁ ସେ ଅନୁରୋଧ କରିଛନ୍ତି । ଗତ ୭ତାରିଖ ଦିନ ଅଜିତ୍ ମଙ୍ଗରାଜ ପିପିଲି ମୋଟାରୀ ଗାଁରେ ପ୍ରଚାର କରୁଥିବା ବେଳେ ଅଜିତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ସେଠାରୁ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍େୟକନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କର ଆଜି କୋଭିଡ୍-୧୯ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ପିପିଲି ଉପନିର୍ବାଚନ ମତଦାନ ହେବାକୁ ଆଉ ୬ଦିନ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ କରୋନାରେ ଆକ୍ରାନ୍ତ ହେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି ।






