ନୟାଗଡ଼,(ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ଲଗାତର ଭାବେ ତିନି ସପ୍ତାହ ଧରି ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଭାରତ ପେଟ୍ରୋଲ ପମ୍ପ ଏବଂ ଜିଲ୍ଲାପାଳଙ୍କ କାର୍ଯୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପଦର୍ଶନ କରାଯାଇଛି । ଏଥିସହିତ ବିଜେଡି ଓ ବିଜେପି ସରକାରଙ୍କ ବିରୁଦ୍ଧରେ ପ୍ଲାକାର୍ଡ଼ ଦେଖାଇ ନାରାବାଜି କରାଯାଇଛି । ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ବର୍ଦ୍ଧିତ ତୈଳଦରକୁ ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ପ୍ରଦାନ କରାଯାଇଛି । କେନ୍ଦ୍ର ଉପା ସରକାର ଅମଳରେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ତଚ୍ଛ୍କ୍ଷଣାତ ରାଜରାସ୍ତାକୁ ଓହ୍ଲାଉଥିବା ବେଳେ ବର୍ତ୍ତମାନ କ୍ରମବର୍ଦ୍ଧିଷ୍ଣୁ ନୀରବତାକୁ ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ଏହି ଅବସରରେ ନିନ୍ଦା କରିଛନ୍ତି । ଏହି ବିକ୍ଷୋଭ ସମାବେଶରେ କଂଗ୍ରେସ ପାର୍ଥୀ ମନୋଜ କୁମାର ସାହୁ, କଂଗ୍ରେସ ନେତା ଫକୀର ଚରଣ ମଲ୍ଲ, ମଦ୍ନ ମୋହ ବିଶୋଇ, ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।





