ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଳ ଗୋଟାଉଛି କଂଗ୍ରେସ। ଆଜି ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସକ। ପୂର୍ବତନ IAS ଅଧିକାରୀ ପଞ୍ଚାନନ ଦାସ, ବିଶ୍ୱନାଥ ଆଚାର୍ଯ୍ୟ ଏବଂ ପୂର୍ବତନ OAS ଅଧିକାରୀ ରବୀନ୍ଦ୍ର ନାଥ ମିଶ୍ର, ଉଦ୍ଧବ କର କଂଗ୍ରେସରେ ସାମିଲ ହୋଇଛନ୍ତି । ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ସମୟରେ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ତାରା ବାହିନୀପତି ଉପସ୍ଥିତି ଥିଲେ। ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ସମୟରେ ଆଗାମୀ ଦିନରେ କିଭଳି ନିର୍ବାଚନ ଲଢିବ ଦଳ ସେ ନେଇ ଆଲୋଚନା ହୋଇଛି। ଲୋକଙ୍କ ନିକଟତର ହେବାକୁ କଂଗ୍ରେସ ସମସ୍ତ ଉଦ୍ୟମ କରିବ ବୋଲି ଦଳ କହିଛି ।





