ନୟାଗଡ଼, (ବାଘୁଆବାର୍ତ୍ତା): ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ବିରୋଧୀ କଂଗ୍ରେସ ଓ ବିଜେପିର କର୍ମୀମାନେ ବିଜେଡିରେ ସାମିଲ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀ ଗୋଷ୍ଠିର ନେତା ଓ କର୍ମୀ ବିଜେଡିରେ ସାମିଲ ହେଉଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ ଚିନ୍ତାଧାରା ଓ ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ସାରା ଓଡିଶାରେ ଏକ ନମ୍ବର କରିବାରେ ଯେଉଁ ପ୍ରୟାସ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ଗୋଷ୍ଠିର ଅନେକ ନେତା ଦିନକୁ ଦିନ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଆଜି ଓଡ଼ଗାଁ ବ୍ଲକର ସୁନାମୁହିଁ ଠାରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ବିରୋଧୀ ନେତା ବିଜେଡିରେ ସାମିଲ ହୋଇଛନ୍ତି । ବିରୋଧୀ ନେତା ପାଣୁ ସାହୁ, ଲୁଣି ଗ୍ରାମର ଭାସ୍କର ବେହେରା, ବଳରାମ ନାୟକ, ଭଗବାନ ବେହେରା, ବୈକୁଣ୍ଠ ନାୟକ, ବାଲିସିଞ୍ଚା ଗ୍ରାମର ହିଂମାଶୁ ଶେଖର ଗୁରୁ, ସୁଧାଂଶୁ ଶେଖର ଗୁରୁ, ସତ୍ୟନାରାୟଣ ଭୋଇ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ବିରୋଧୀ ନେତା ମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଜିଲ୍ଲା ପରିଷଦ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲାପରିଷଦ ଝିଲ୍ଲି ପ୍ରଧାନ, ସ୍ଥାନୀ ୟସରପଞ୍ଚ ରୀନା ନାହାକ ଓ ସମିତି ସଭ୍ୟା ମାନସୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।






