ନୟାଗଡ଼,(ବାଘୁଆବାର୍ତ୍ତା): ମହାମାରୀ କରୋନାର ଦ୍ୱିତୀୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତର ଭାବେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି କରିବାରେ ଲାଗିଛନ୍ତି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ପାର ହେବା ଜନସାଧାରଣଙ୍କୁ ଅତ୍ୟନ୍ତ ପିଡ଼ାଦାୟକ ହୋଇଛି । ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସଦର ମହକୁମାଠାରେ ଥିବା ପ୍ରତ୍ୟେକ ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୧୧ ତାରିଖରେ ପୂର୍ବାହ୍ନ ୯ଟା ରୁ ୧୧ ଘଟିକା ପର୍ଯ୍ୟନ୍ତ ସାଙ୍କେତିକ ଭାବେ ଧାରଣା ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ ।





