Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାମ ଦେବନି ଲବି, ଏଥର କଂଗ୍ରେସର ଅନଲାଇନ୍ ଟିକେଟ

by ସଞ୍ଜୟ ସ୍ୱାଇଁ
February 1, 2024
in Politics, State
କଂଗ୍ରେସର ଫଳାଫଳ ଶୁଣି ଖୁସିରେ କାନ୍ଦି ପକାଇଲେ ରାଜ୍ୟ ମିୁଖିଆ
91
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି । ନେତାଙ୍କ ଚାରିପାଖେ ବୁଲି କିମ୍ବା ଲବି କରି ଟିକେଟ ଆଶା ରଖିଲେ ମିଳିନପାରେ କଂଗ୍ରେସ ଟିକେଟ । କାରଣ ଟିକେଟ ବଂଟନରେ ସ୍ୱଛତା ଆଣିବା ପାଇଁ ଏଆଇସିସି ସ୍କ୍ରିନିଂ କମିଟି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛିି । ଖୁବଶୀଘ୍ର ଟିକେଟ୍ ପାଇଁ ଆବେଦନ କରିବାକୁ କଂଗ୍ରେସ ସ୍ୱତନ୍ତ୍ର ଲିଙ୍କ ସାର୍ବଜନୀନ କରିବ । ଆଶାୟୀ ପ୍ରାର୍ଥୀମାନେ ସେହି ଲିଙ୍କରେ ଆବେଦନ କରିବେ । ନିଜର ସମସ୍ତ ଉପଲବ୍ଧି ଓ ସଂଗଠନର କାର୍ଯ୍ୟ ବିଷୟରେ ସେହି ଲିଙ୍କରେ ତଥ୍ୟ ଦେବେ ଆବେଦନକାରୀ । ଆଶାୟୀଙ୍କୁ ନେଇ କଂଗ୍ରେସର ସର୍ଭେ ଟିମ୍ ରିପୋର୍ଟ ଦେବ । ନିର୍ବାଚନ ପୂର୍ବରୁ ଫେବ୍ରୁଆରୀ ଶେଷ ସପ୍ତାହ ସୁଦ୍ଧା କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ସେଥିପାଇଁ ଦିଲ୍ଲୀରୁ ଏଆଇସିସି ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମଧୁସୂଧନ ମିସ୍ତ୍ରୀ, ତାଙ୍କ ଟିମ୍ ପିସିସି ପ୍ରଭାରୀ ଓ ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିଛନ୍ତି । ଆଗୁଆ ଟିକେଟ୍ ବାଂଟିବା ପାଇଁ ଆଜି ରାଜ୍ୟ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା । ନିଷ୍ପତି ଅନୁସାରେ, ଗୋଟିଏ ଆସନରେ ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀଙ୍କୁ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ୍ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ । ଏସବୁ ଭିତରେ କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀ ଦୀର୍ଘ ଦିନ ପରେ, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଆସୁଛନ୍ତି । ୬ତାରିଖ ସନ୍ଧ୍ୟାରେ ସୁନ୍ଦରଗଡ ବୀରମିତ୍ରପୁରରେ ତାଙ୍କୁ ଭବ୍ୟ ସ୍ୱାଗତ ଦେବାକୁ ରାଜ୍ୟ କଂଗ୍ରେସ ପକ୍ଷରୁ ରାଉରକେଲା, ସୁନ୍ଦରଗଡ ଓ ଝାରସୁଗୁଡରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଉ ରାହୁଲଙ୍କ ଗସ୍ତକୁ ନେଇ ବେଶ ଉତ୍ସାହିତ କଂଗ୍ରେସ ଶିବିର ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!