Saturday, July 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

by ସଞ୍ଜୟ ସ୍ୱାଇଁ
May 24, 2021
in Nayagarh
ଲାଇସେନ୍ସ ଫି ଛାଡ଼ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
227
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟର ମଦ ଦୋକାନୀଙ୍କୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ଅନୁମୋଦନ କ୍ରମେ ୬ ମାସର ଲାଇସେନ୍ସ ଫି ଛାଡ଼ କରିବା ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମନାରେ ବିକ୍ଷୋଭ ପଦର୍ଶନ କରାଯାଇଛି । ରାଜ୍ୟର ଲକ୍ଷାଧିକ ଅଭିଭାବକ ସେମାନଙ୍କ ପିଲାମାନଙ୍କ ସ୍କୁଲ ଫି ଦେଇପାରୁ ନଥିବା ବେଳେ ରାଜ୍ୟ ସରକାର ସ୍କୁଲ ଫି ଛାଡ଼ ପରିବର୍ତ୍ତେ ମଦ ଦୋକାନୀଙ୍କ କୋଟି କୋଟି ଟଙ୍କାର ଲାଇସେନ୍ସ ଫି ଛାଡ଼ କରିବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି । ମଦ ଦୋକାନୀଙ୍କ ଲାଇସେନ୍ସ ଫି ଛାଡ଼ ପ୍ରସଙ୍ଗରେ ରାଜ୍ୟର କୌଣସି କ୍ୟାବିନେଟ ମନ୍ତ୍ରୀ ସରକାରଙ୍କୁ ଏଥିରୁ ବାରଣ ନକରିବା ଜନଦେଶ ପ୍ରତି ଲଜ୍ଜ୍ୟାଜନକ ଘଟଣା ବୋଲି କହିଛନ୍ତି । ଯଦି ମଦ ଦୋକାନୀଙ୍କୁ ଲାଇସେନ୍ସ ଫି ଛାଡ଼ କରାଗଲା ତେବେ ରାଜ୍ୟର ସମସ୍ତ କ୍ଷୁଦ୍ର ମଧ୍ୟମ ବର୍ଗ ବ୍ୟବସାୟୀ ମାନଙ୍କର ଭ୍ୟାଟ ଏବଂ ରାଜ୍ୟ ଜିଏସଟି ଛାଡ଼ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ଦାବି କରିଛି । ଖାଇବାତେଲ, ପେଟ୍ରୋଲ, ଡିଜେଲ ଏବଂ ରନ୍ଧନଗ୍ୟାସ ଉପରୁ ସରକାର ରାଜ୍ୟ ଜିଏସଟି ଅଂଶ ଛାଡ଼ କରି ଏହି କରୋନା ମହାବିପତ୍ତି ସମୟରେ ରାଜ୍ୟବାସୀଙ୍କ ପାଖରେ ଠିଆ ହେବାପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ଘଣ୍ଟିକିଆ ଧାରଣାରେ ରାଜ୍ୟ ସରକାରଙ୍କ ମଦଦୋକାନୀ ପ୍ରିତୀ ବନ୍ଦ ସହ ସ୍କୁଲ ଫି ଛାଡ଼ ଦାବିରେ ନାରାବାଜି କରାଯାଇ ନୟାଗଡ ତହସିଲଦାରଙ୍କୁ ଦଳ ପକ୍ଷରୁ ସ୍ମାରକପତ୍ର ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ ଜିଲ୍ଲା କଂଗ୍ରେସର ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ଅମଜାଦ ଖାଁ, ପ୍ରତୀକ ମହାପାତ୍ର, ଅକ୍ଷୟ କୁମାର ମଲ୍ଲ, ଭଗବାନ ମଲ୍ଲିକ, ଦେବବ୍ରତ ବେହେରା, ଜ୍ୟୋତିରଞ୍ଜନ ଦାଶ, ଅଶୋକ କୁମାର ନାୟକ ପ୍ରମୁଖ ସମ୍ପୂର୍ଣ୍ଣ କୋଭିଡ ନିୟମ ପାଳନ ସହ ଧାରଣାରେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!