କଟକ, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ କଟକ ଜିଲ୍ଲା କଂଗ୍ରେସ ସହ ପୋଲିସର ଧସ୍ତାଧସ୍ତି। ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଆଜି ପ୍ରାୟ ପାଞ୍ଚ ଶହ କଂଗ୍ରେସ କର୍ମୀ କଟକ ରେଳ ଷ୍ଟେସନ ନିକଟରେ ଵିକ୍ଷୋଭ ପ୍ରଦର୍ଶନ ପାଇଁ ଶୋଭାଯାତ୍ରାରେ ବାହାରିଥିଲେ। ଦର ଦାମ୍ ବୃଦ୍ଧି ଓ ଇଡି, ସିବିଆଇ ଭଳି ସଂସ୍ଥାକୁ ରାଜନୈତିକ ଅଭିସନ୍ଧି ରଖି ଅପବ୍ୟବହାର କରିବା ବିରୋଧରେ କଟକରେ କଂଗ୍ରେସ କର୍ମୀମାନେ ଏହି ଵିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ଶୋଭାଯାତ୍ରା ରେଳ ଷ୍ଟେସନ ନିକଟରେ ପହଞ୍ଚିବା ପୂର୍ବରୁ ପୋଲିସ ଶୋଭାଯାତ୍ରାକୁ ଅଟକାଇଵାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା। ତେଵେ ପୋଲିସ ସଂଖ୍ୟା କମ୍ ଥିଵାରୁ କଂଗ୍ରେସ କର୍ମୀମାନେ କର୍ଡନ ଭାଙ୍ଗି ଷ୍ଟେସନ ଆଡକୁ ଆଗେଇଥିଲେ। ପରେ ପୋଲିସ ବୁଝାସୁଝା କରିବା ପରେ କଂଗ୍ରେସ କର୍ମୀମାନେ ନିୟନ୍ତ୍ରଣକୁ ଆସିଥିଲେ। ବିକ୍ଷୋଭ ବେଳେ ପ୍ରାୟ ତିନି ଶହ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି।





