Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଳଷ୍ଟେସନରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
December 18, 2023
in Crime, State
ରେଳଷ୍ଟେସନରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ
50
VIEWS
Share on FacebookShare on Twitter

ରାୟଗଡା, (ବାଘୁଆବାର୍ତ୍ତା): ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ପୋଲିସ କନଷ୍ଟେବଳଙ୍କ ମୃତଦେହ । ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମୃତ ଈଶ୍ୱର ରାଓ ଜିଲ୍ଲା ଏସପିଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ ବୋଲି ସୂଚନା ରହିଛି । ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ କନେଷ୍ଟବଳ ଈଶ୍ୱର ରାଓ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ରାୟଗଡା ଏସପି ଙ୍କ ବାସଭବନରେ କାର‌୍ୟ୍ୟରତ କୁକ୍ ବା ଏଫ୍ଓ ବି.ହରିଶଙ୍କର ରାଓଙ୍କ ସନ୍ଦେହ ଜନକ ଭାବେ ଷ୍ଟେସନ ନିକଟରୁ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ତାହା ଏଯାଏଁ ସ୍ପଷ୍ଟ ହୋଇନି। ବର୍ତମାନ ତାଙ୍କ ମୃତ ଶରୀର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଛେଦ ଗୃହରେ ରଖାଯାଇଛି । ସୂଚନାଥାଉକି, ମୃତ ହରିଶଙ୍କର ରାଓ ରବିବାର ନିଜ ସଂପର୍କୀୟ ଘରକୁ ଆନ୍ଧ୍ରର ଶ୍ରୀକାକୁଲମକୁ ଯାଇଥିଲେ । ତେବେ ସେ ଟ୍ରେନରେ ଫେରିବା ସମୟରେ ରାୟଗଡା ଷ୍ଟେସନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମୃତ ହରିଶଙ୍କର ଦୀର୍ଘ ବର୍ଷ ହେବ ରାୟଗଡା ଏସପି ଙ୍କ ବାସଭବନରେ କୁକ୍ ଭାବେ କାର୍ଯ୍ୟ କରୁଥିଲେ। ବର୍ତମାନ ମୃତ ଶରୀର ମେଡିକାଲରେ ରହିଥିବା ବେଳେ ଶବକୁ ଏଯାଏଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନି । ତାଙ୍କ ଘର ସମ୍ମୁଖରେ ସ୍ଥାନୀୟ ଲୋକ ଓ ସଂପର୍କୀୟଙ୍କ ଭିଡ ଲାଗିଛି । ସେହିପରି ଘର ଆଗରେ ସାଧା ପୋଷାକ ଧାରି ପୋଲିସ ମୁତୟନ କରାଯାଇଛି । ଏବଂ ପୁଲିସ ମୃତକଙ୍କ ପରିବାର ସହିତ କାହାକୁ ମିଳାମିଶା କରିବାକୁ ଦେଉନାହାନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!